କଟକ, ୧୫/୦୭: ଏକବିଂଶ ଶତାବ୍ଦୀରେ ଆମେ ଆମର ଓଡ଼ିଆ ଭାଷାକୁ ଶିଖରକୁ ନେବା ପାଇଁ ଉଦ୍ୟମ କରିବା ପାଇଁ ହେବ । ବର୍ତ୍ତମାନର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମରେ ଆମର ଭାଷା ଓ ସାହିତ୍ୟକୁ ସୁସମୃଦ୍ଧ କରିବା ପାଇଁ ବ୍ୟକ୍ତିଗତ ସ୍ତରରେ ପ୍ରଚେଷ୍ଟା କରିବାକୁ ହେବ । ପ୍ରତ୍ୟେକ ଶିକ୍ଷିତ ଓଡ଼ିଆ ପ୍ରତିଦିନ ଗୁଗୁଲ ପରି ପ୍ଲାଟଫର୍ମରେ ଓଡ଼ିଶାର ସଂସ୍କୃତି ଓ ଇତିହାସ ସମ୍ପର୍କରେ କିଛି ପ୍ରଶ୍ନ ପଚାରିବା ଆବଶ୍ୟକ । ଏହା ଦ୍ୱାରା ଆମର ଓଡ଼ିଶା ସମ୍ପର୍କରେ ଡିଜିଟାଲ ଜ୍ଞାନ ଭଣ୍ଡାର ସୁସମୃଦ୍ଧ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଟକ ଠାରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହ ଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷିକୀ ଏବଂ ସାରଳା ସାହିତ୍ୟ ସଂସଦର ୪୫ତମ ବାର୍ଷିକ ଉତ୍ସବରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜଗତସିଂହପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଆଦିକବି ସାରଳା ଦାସ ଓଡ଼ିଆ ମହାଭାରତ ରଚନା କରି ଆମ ସାହିତ୍ୟ ଜଗତକୁ ନୂଆ ଦିଗଦର୍ଶନ ଦେଇଥିଲେ । ସେ ଜନ୍ମ ଗ୍ରହଣ କରିଥିବା ଜଗତସିଂହପୁର ଜିଲ୍ଲା ହଜାର ହଜାର ବର୍ଷର ପୁରାତନ ଐତିହ୍ୟର ମୁକସାକ୍ଷୀ । ଏହି ଅଞ୍ଚଳରୁ ଓଡ଼ିଆ ସାଧବ ପୁଅମାନେ ନୌବାଣିଜ୍ୟ କରି ଓଡ଼ିଶାକୁ ବୈଭବ ଆଣିଛନ୍ତି । କଣ୍ଟିଲୋର ପାତ୍ର ସାମଗ୍ରୀ ପରି ଆମ ରାଜ୍ୟରେ ଉତ୍ପାଦନ ହେଉଥିବା ଉତ୍ପାଦ ବିଦେଶରେ ବିକ୍ରି ହେଉଛି, ଯାହା ଆମ ରାଜ୍ୟର ସମୃଦ୍ଧ ବାଣିଜ୍ୟ ଇତିହାସକୁ ପ୍ରତିଫଳିତ କରୁଛି । ଆମର ମହାନ ବିଭୂତିମାନଙ୍କ ପ୍ରୟାସରେ ଓଡ଼ିଆ ଭାଷା ; ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓଡ଼ିଆ ଭାଷା ସମେତ ଦେଶରେ ସବୁ ମାତୃଭାଷାକୁ ଗୁରୁତ୍ୱ ଦିଆଯାଇଛି । ସବୁ ମାତୃଭାଷା ରାଷ୍ଟ୍ରୀୟ ଭାଷା ବୋଲି ପ୍ରଧାନମନ୍ତ୍ରୀ ନିଜେ କହିଛନ୍ତି । ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଛାତ୍ରଛାତ୍ରୀଙ୍କୁ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ମାତୃଭାଷାରେ ପାଠ ପଢାଇବାର ବ୍ୟବସ୍ଥା ହୋଇଛି ।
ଆଞ୍ଚଳିକ
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଇଲେ ମର୍ଯ୍ୟାଦା ଜନକ କଳିଙ୍ଗ ରତ୍ନ ସମ୍ମାନ
ଗୁଜୁରାଟରେ ପ୍ରବଳ ବର୍ଷା ଜାରି ରହିଥିବାରୁ ଅତି କମରେ ୨୮ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ବନ୍ୟା ପ୍ରଭାବିତ ଅଞ୍ଚଳରୁ ପ୍ରାୟ ୧୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
Published By: Odia Asmita
Posted on: 7/15/2025 12:00:00 AM
